
ଅଲ୍ପ ବୟସର ମଦ୍ୟପାନ ଅର୍ଥ ହେଉଛି ଆଇନସମ୍ମତ ମଦ୍ୟପାନର ବୟସ 21 ରୁ କମ୍ ବୟସରେ ଯଦି କେହି ମଦ୍ୟପାନ କରନ୍ତି।ଅଲ୍ପବୟସର ମଦ୍ୟପାନ, ବହୁସଂଖ୍ୟକ ଯୁବ ବୟସ୍କ ଓ କିଶୋର କୁ ଆକର୍ଷିତ କରୁଥିବା ଏକ ବିପଦ। ଯେତେବେଳେ କମ୍ ବୟସ୍କ ଓ କିଶୋର ମାନେ ମଦ୍ୟପାନ ଚେଷ୍ଟା କରନ୍ତି, ସେମାନେ କେବେ ବି ନିଜ ସ୍ବାସ୍ଥ୍ୟ, ଜୀବନ, ନିଜ ପରିବାର ଓ ତାଙ୍କର ସମାଜ ଉପରେ ମଦ୍ୟପାନର କଣ କୁ ପ୍ରଭାବ ପଡ଼େ ତାହା ବିଚାର କରିନଥାନ୍ତି।


କିଶୋର ମାନେ କାହିଁକି ମଦ୍ୟପାନ କରନ୍ତି?
ଗୁଣବତ୍ତା ସମ୍ପନ୍ନ ଅଧ୍ୟୟନ ରୁ ଏକଥା ଜାଣାପଡ଼ିଛି ଯେ ବିଭିନ୍ନ ପ୍ରକାର କାରଣ ରୁ ଅଲ୍ପବୟସ୍କ ମାନେ ମଦ୍ୟପାନ କରିଥାଆନ୍ତି ଏବଂ ଏହି ଆଲକୋହଲ ସେମାନଙ୍କୁ ସାମାଜିକ ସ୍ଥାୟୀତ୍ବ କ୍ଷେତ୍ରରେ ପ୍ରତୀକଧର୍ମୀ ଠାରୁ ଆରମ୍ଭ କରି ବାସ୍ତବଧର୍ମୀ ପ୍ରତ୍ୟେକ କ୍ଷେତ୍ରରେ ବିଭିନ୍ନ ଭୂମିକା ପ୍ରଦାନ କରିଥାଏ। ଏହା କେବଳ ଏକ ବୟସ୍କ ବ୍ୟବହାର ର ଚିହ୍ନ ବା ନକଲର ରୂପ ନୁହେଁ।
ଜଣେ ମାତାପିତା ହିସାବରେ, ପିଲାମାନେ କାହିଁକି ଆଲକୋହଲ ପିଉଛନ୍ତି, ତାର କାରଣ ବୁଝିବା ଜରୁରୀ, ତେବେଯାଇ ଆପଣ ନିଜ ପିଲାମାନେ ଦାୟିତ୍ବପୂର୍ଣ୍ଣ ପସନ୍ଦ ଓ ନିଷ୍ପତ୍ତି ତାଙ୍କୁ ସାହାଯ୍ୟ କରିପାରିବେ।
ପିଲା ମାନଙ୍କର ମଦ୍ୟପାନର ପ୍ରଥମ ଅନୁଭୂତି ଅଶାନ୍ତିକର ବା ଉପଭୋଗ୍ୟ ହୋଇନଥିଲେ ମଧ୍ୟ ପିଲାମାନେ ମଦ୍ୟପାନ ଆଡକୁ ଆକୃଷ୍ଟ ହୋଇଯାଇଥାଆନ୍ତି। ହୁଏତ ସେମାନଙ୍କୁ ତାର ସ୍ବାଦ ଭଲ ଲାଗିନଥାଏ, ତଥାପି ସେମାନେ କେମିତି ଲାଗୁଛି ବୋଲି ପିଇବାର ଇଚ୍ଛା ରଖନ୍ତି। ସେମାନଙ୍କ ପାଇଁ କେତେ ବିପଦଜନକ, ତଥାପି ସେମାନେ ଏକଥା ଶୁଣନ୍ତି ନାହିଁ, ବା ବିସ୍ବାସ କରନ୍ତି ନାହିଁ ଯେତେ ପର୍ଯ୍ୟନ୍ତ ଆପଣ ତାଙ୍କୁ ଆଲକୋହଲର ଅପକାରିତା ଓ ଲୋକ କାହିଁକି ତାହା ପିଅନ୍ତି , ସେ ବିଷୟରେ ନ କୁହନ୍ତି।
ବିପଦ ଆହ୍ବାନ ସମ୍ମୁଖୀନ ହେବା—ଗବେଷଣାରୁ ଜାଣାପଡ଼େ ଯେ, କିଶୋର୍ ଅବସ୍ଥା ବା କୋଡିଏ ର ପର୍ଯାୟ ରେ ମସ୍ତିଷ୍କ ର ବିକାଶ କ୍ରମାଗତ ହୋଇ ଚାଲିଥାଏ, ଯେଉଁ ସମୟରେ କି ଏହା ବିଭିନ୍ନ ପ୍ରକାର ସଂବାଦ ଯୋଗାଯୋଗ ତଥା ସମ୍ପର୍କ ସ୍ଥାପନର କାମ କରିଚାଲିଥାଏ ଏବଂ ନିଜର କାର୍ଯ୍ୟକ୍ଷମତାକୁ ଆହୁରି ସ୍ପଷ୍ଟ ଓ ଦକ୍ଷତାର ସହ କରିଥାଏ। ବୈଜ୍ଞାନିକ ମାନେ ବିଶ୍ବାସ କରନ୍ତି ଯେ ଏହି ସୁଦୀର୍ଘ ବିକାଶମୂଳକ ପ୍ରକ୍ରିୟା କାଳରେ ପିଲାମାନଙ୍କ ମଧ୍ୟରେ କେତେକ ଏହିପ୍ରକାର ର ବ୍ୟବହାର ବିକଶିତ ହୋଇଥାଏ, ଯାହା କିଶୋର ଅବସ୍ଥାର କେତେକ ଉଦ୍ଦୀପକ କାର୍ଯ୍ୟକଳାପ ପାଇଁ ମନୋବୃତ୍ତି ସୃଷ୍ଟି ହୁଏ ଯେମିତିକି ନୂଆ ଏବଂ ବିପଦଶଙ୍କୁଳ କାମ ଗୁଡ଼ିକୁ କରିବା ପାଇଁ ସାହସ ଦେଖାଇବା କେତେକ କିଶୋରଙ୍କର ଏହି ଲକ୍ଷଣ ଭିତରେ ମଦ୍ୟପାନ କରିବାର ପ୍ରବୃତ୍ତି ବିକଶିତ ହେବା ଅନ୍ତର୍ଭୁକ୍ତ ହୋଇଥାଏ। ବିକାଶମୂଳକ ପରିବର୍ତ୍ତନରେ ମଧ୍ୟ ରହିଛି ସମ୍ଭବ ଶାରିରୀକ ବର୍ଣନ, ଯେ କାହିଁକି କିଶୋରମାନେ ଏମିତି ପ୍ରତିକ୍ରିୟା ସମ୍ପନ୍ନ ହୋଇ କାମ କରିଚାଲନ୍ତି ଏବଂ ପରିଣାମ କଣ ହେବ ତାହା ମୋଟି ଚିନ୍ତା କରନ୍ତି ନାହିଁ ଯେମିତିକି ମଦ୍ୟପାନର ଫଳାଫଳ କଣ ହେବ ତାହା ଭାବନ୍ତି ନାହିଁ।
