ମାତ୍ରାଧିକ ମଦ୍ୟପାନରୁ ନିବୃତ୍ତ ରହିବା ପାଇଁ ମୁଁ କଣ କରିପାରିବ?
Posted by Responsible Consumption / in ଅତ୍ୟଧିକ ମଦ୍ୟସେବନ /
ମାତ୍ରାଧିକ ମଦ୍ୟପାନରୁ ନିବୃତ୍ତ ରହିବା ପାଇଁ ବ୍ୟକ୍ତିଗତ ଭାବେ କିଛି ପଦକ୍ଷେପ ଗ୍ରହଣ କରାଯାଇପାରେ:
- ମାତ୍ରାଧିକ ମଦ୍ୟପାନ ଦ୍ବାରା ହେବାକୁଥିବା ଶାରୀରିକ ଓ ସ୍ବାସ୍ଥ୍ୟଗତ ପରିଣାମ ଗୁଡିକ ବିଷୟରେ ସଚେତନ ରୁହନ୍ତୁ। ଅତ୍ୟଧିକ ମଦ୍ୟପାନ ଦ୍ବାରା କଣ ସବୁ ପରିଣାମ ଭୋଗିବାକୁ ପଡେ ତାହା ଜାଣିରଖିବା ଓ ସେଥିପ୍ରତି ସଚେତନ ରହିବା ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ଯାହାଫଳରେ କି ଜଣେ ମାତ୍ରାଧିକ ମଦ୍ୟପାନରୁ ନିଜକୁ ନିବୃତ୍ତ ରଖିପାରିବ।
- ମାତ୍ରାଧିକ ମଦ୍ୟପାନକୁ ପ୍ରୋତ୍ସାହିତ କରୁଥିବାପରିସ୍ଥିତି ଓ ସମ୍ଭାବ୍ୟ କାରଣ ଗୁଡିକରୁ ନିବୃତ୍ତ ରୁହନ୍ତୁଃ ସେହିପରି ପାର୍ଟୀ ଏବଂ କାର୍ଯ୍ୟକ୍ରମ ଗୁଡିକରୁ ଦୂରେଇ ରୁହନ୍ତୁ ଯେଉଁଠି ମଦ୍ୟପାନ କରିବା କାର୍ଯ୍ୟକ୍ରମର ମୂଖ୍ୟ ଆକର୍ଷଣ ଥାଏ। ପିଇବା ର ପ୍ରତିଯୋଗୀତା ବା ଖେଳ ଇତ୍ୟାଦିରେ ଅଂଶଗ୍ରହଣ କରନ୍ତୁ ନାହିଁ।
- ଗୋଟିଏ ସାଧାରଣ ବା ମାନକ ପାନୀୟ କଣ ତାହା ବୁଝନ୍ତୁଃ ଏକଥାପ୍ରତି ସତର୍କ ରୁହନ୍ତୁ ଯେ, ଅଧିକାଂଶ ସମୟରେ ସର୍ଭ କରାଯାଉଥିବା ସାଇଜ ଅନୁମୋଦିତ ସର୍ଭିଂ ସାଇଜରୁ ବଡ ହୋଇଥିବାର ଦେଖାଯାଏ।
- ଧିରେ ଧିରେ ପିଅନ୍ତୁଃ ଗୋଟିଏ ସମୟରେ ଆପଣଙ୍କ ପାନୀୟର ଛୋଟ ଛୋଟ ସିପ୍ ହିଁ ନିଅନ୍ତୁ ଗୋଟିଏ ଘଣ୍ଟାଭିତରେ ଏକାଧିକ ଡ୍ରିଙ୍କ ନିଅନ୍ତୁ ନାହିଁ। ଆପଣଙ୍କର ଶେଷ ସିପ୍ ର ପ୍ରାୟ 90 ମିନିଟ ପରେ ଆପଣଙ୍କର ଶରୀର ଆଲକୋହଲ ଅବଶୋଷଣ କରିବା ଆରମ୍ଭ କରେ ଏବଂ ହୁଏତ ଆପଣଙ୍କର ଶରୀର ସଠିକ ମାତ୍ରାରେ କେତେ ପ୍ରଭାବିତ ହୋଇଛି ତାହା ଜାଣିପାରିବେ ନାହିଁ।
- ସୋଢ଼ା ବା ଅନ୍ୟ ନନ ଆଲକୋହଲିକ ପାନୀୟ ପିଇବାକୁ ବାଛନ୍ତୁ
- ସେହିଏକା ପ୍ରକାରର ସେବନ ଚିନ୍ତାଧାରା ରଖୁଥିବା ସାଙ୍ଗସାଥିମାନଙ୍କସହ ହିଁ ପାଆନ୍ତୁ। ସାଙ୍ଗସାଥିମାନେ ହିଁ ପରିସ୍ଥିତିକୁ ଅଧିକ ଜଟିଳ କରିଦେଇ ଥାଆନ୍ତି ତେଣୁ ସେହିପରି ସାଙ୍ଗସାଥିମାନଙ୍କ ସହ ପାଆନ୍ତୁ ଯେଉଁ ମାନେ ଆପଣଙ୍କର ଧାର୍ଯ୍ୟସୀମାକୁ ଅନୁସରଣ କରନ୍ତି ଏବଂ ମାତ୍ରାଧିକ ପଇବାକୁ ବାଧ୍ୟ କରନ୍ତିନାହିଁ।
- ଆଲକୋପ୍ସ ଠାରୁ ଦୂରରେ ରୁହନ୍ତୁଃ ଆଲକୋପପ୍ସ ରେ ବହୁମାତ୍ରାରେ ଚିନି ଥାଏ ଫଳରେ ତାରା ପାରମ୍ପରିକ ଶୋଘ ପାନୀୟ ପରି ସ୍ବାଦର ହୋଇଥାଏ। ତେଣୁ ଯଥେଷ୍ଟ କମ ସମୟରେ ଏହିପାନୀୟରୁ ବହୁତ ଅଧିକ ପିଇପାରିବା ଭାରି ସହଜ।
- ମନେରଖନ୍ତୁ ଯେ ଆଲକୋହଲକୁ ଯେଉଁଠି ସାମାଜିକ ସ୍ତରରେ ଏକ ମନୋରଞ୍ଜନାତ୍ମକ ପାନୀୟ ବୋଲି କ୍ଷମା ବା ଗ୍ରହଣ କରିଦିଆଯାଏ, କିନ୍ତୁ ବାସ୍ତବ ପକ୍ଷରେ ଏହା କୌଣସି ପ୍ରତିଯୋଗୀତା ନୁହେଁ ବା ସାମାଜିକ ସମ୍ମାନ ଓ ପ୍ରତିଷ୍ଠା ବଢାଇବା ପରି ଏଥିରେ ସେମିତି କିଛି ନାହିଁ।
ଅତଃ, ମୂଳତ୍ତ୍ବଭାବରେ ଏହା ସତ ଯେ ଅଧିକ ମଦ୍ୟପାନର ପ୍ରଭାବ ଓ ପରିଣାମ ବୁଝିବା ଓ ସରେତନୁ ରହିବା ଦ୍ବାରା ହିଁ ସମାଜରେ ଉତ୍ତମ ବ୍ୟବହାର ପ୍ରଦର୍ଶନକ୍ଷମ ହୋଇପାରିବେ। ମଦ୍ୟପାନ ର କଣାସବୁ କୁ ପ୍ରଭାବ ରହିଛି ସେ ବିଷୟରେ ପିଲାମାନଙ୍କୁ, ବୁଝାଇବା ଓ ଆଲୋଚନା କରିବା ପାଇଁ ମା ବାପା ଓ ବୟସ୍କ ମାନଙ୍କୁ ପରାମର୍ଶ ଦିଆଯାଇଛି।