
କିଶୋର ମାନେ କାହିଁକି ମଦ୍ୟପାନ କରନ୍ତି?
ଗୁଣବତ୍ତା ସମ୍ପନ୍ନ ଅଧ୍ୟୟନ ରୁ ଏକଥା ଜାଣାପଡ଼ିଛି ଯେ ବିଭିନ୍ନ ପ୍ରକାର କାରଣ ରୁ ଅଲ୍ପବୟସ୍କ ମାନେ ମଦ୍ୟପାନ କରିଥାଆନ୍ତି ଏବଂ ଏହି ଆଲକୋହଲ ସେମାନଙ୍କୁ ସାମାଜିକ ସ୍ଥାୟୀତ୍ବ କ୍ଷେତ୍ରରେ ପ୍ରତୀକଧର୍ମୀ ଠାରୁ ଆରମ୍ଭ କରି ବାସ୍ତବଧର୍ମୀ ପ୍ରତ୍ୟେକ କ୍ଷେତ୍ରରେ ବିଭିନ୍ନ ଭୂମିକା ପ୍ରଦାନ କରିଥାଏ। ଏହା କେବଳ ଏକ ବୟସ୍କ ବ୍ୟବହାର ର ଚିହ୍ନ ବା ନକଲର ରୂପ ନୁହେଁ।
ଜଣେ ମାତାପିତା ହିସାବରେ, ପିଲାମାନେ କାହିଁକି ଆଲକୋହଲ ପିଉଛନ୍ତି, ତାର କାରଣ ବୁଝିବା ଜରୁରୀ, ତେବେଯାଇ ଆପଣ ନିଜ ପିଲାମାନେ ଦାୟିତ୍ବପୂର୍ଣ୍ଣ ପସନ୍ଦ ଓ ନିଷ୍ପତ୍ତି ତାଙ୍କୁ ସାହାଯ୍ୟ କରିପାରିବେ।
ପିଲା ମାନଙ୍କର ମଦ୍ୟପାନର ପ୍ରଥମ ଅନୁଭୂତି ଅଶାନ୍ତିକର ବା ଉପଭୋଗ୍ୟ ହୋଇନଥିଲେ ମଧ୍ୟ ପିଲାମାନେ ମଦ୍ୟପାନ ଆଡକୁ ଆକୃଷ୍ଟ ହୋଇଯାଇଥାଆନ୍ତି। ହୁଏତ ସେମାନଙ୍କୁ ତାର ସ୍ବାଦ ଭଲ ଲାଗିନଥାଏ, ତଥାପି ସେମାନେ କେମିତି ଲାଗୁଛି ବୋଲି ପିଇବାର ଇଚ୍ଛା ରଖନ୍ତି। ସେମାନଙ୍କ ପାଇଁ କେତେ ବିପଦଜନକ, ତଥାପି ସେମାନେ ଏକଥା ଶୁଣନ୍ତି ନାହିଁ, ବା ବିସ୍ବାସ କରନ୍ତି ନାହିଁ ଯେତେ ପର୍ଯ୍ୟନ୍ତ ଆପଣ ତାଙ୍କୁ ଆଲକୋହଲର ଅପକାରିତା ଓ ଲୋକ କାହିଁକି ତାହା ପିଅନ୍ତି , ସେ ବିଷୟରେ ନ କୁହନ୍ତି।
ବିପଦ ଆହ୍ବାନ ସମ୍ମୁଖୀନ ହେବା—ଗବେଷଣାରୁ ଜାଣାପଡ଼େ ଯେ, କିଶୋର୍ ଅବସ୍ଥା ବା କୋଡିଏ ର ପର୍ଯାୟ ରେ ମସ୍ତିଷ୍କ ର ବିକାଶ କ୍ରମାଗତ ହୋଇ ଚାଲିଥାଏ, ଯେଉଁ ସମୟରେ କି ଏହା ବିଭିନ୍ନ ପ୍ରକାର ସଂବାଦ ଯୋଗାଯୋଗ ତଥା ସମ୍ପର୍କ ସ୍ଥାପନର କାମ କରିଚାଲିଥାଏ ଏବଂ ନିଜର କାର୍ଯ୍ୟକ୍ଷମତାକୁ ଆହୁରି ସ୍ପଷ୍ଟ ଓ ଦକ୍ଷତାର ସହ କରିଥାଏ। ବୈଜ୍ଞାନିକ ମାନେ ବିଶ୍ବାସ କରନ୍ତି ଯେ ଏହି ସୁଦୀର୍ଘ ବିକାଶମୂଳକ ପ୍ରକ୍ରିୟା କାଳରେ ପିଲାମାନଙ୍କ ମଧ୍ୟରେ କେତେକ ଏହିପ୍ରକାର ର ବ୍ୟବହାର ବିକଶିତ ହୋଇଥାଏ, ଯାହା କିଶୋର ଅବସ୍ଥାର କେତେକ ଉଦ୍ଦୀପକ କାର୍ଯ୍ୟକଳାପ ପାଇଁ ମନୋବୃତ୍ତି ସୃଷ୍ଟି ହୁଏ ଯେମିତିକି ନୂଆ ଏବଂ ବିପଦଶଙ୍କୁଳ କାମ ଗୁଡ଼ିକୁ କରିବା ପାଇଁ ସାହସ ଦେଖାଇବା କେତେକ କିଶୋରଙ୍କର ଏହି ଲକ୍ଷଣ ଭିତରେ ମଦ୍ୟପାନ କରିବାର ପ୍ରବୃତ୍ତି ବିକଶିତ ହେବା ଅନ୍ତର୍ଭୁକ୍ତ ହୋଇଥାଏ। ବିକାଶମୂଳକ ପରିବର୍ତ୍ତନରେ ମଧ୍ୟ ରହିଛି ସମ୍ଭବ ଶାରିରୀକ ବର୍ଣନ, ଯେ କାହିଁକି କିଶୋରମାନେ ଏମିତି ପ୍ରତିକ୍ରିୟା ସମ୍ପନ୍ନ ହୋଇ କାମ କରିଚାଲନ୍ତି ଏବଂ ପରିଣାମ କଣ ହେବ ତାହା ମୋଟି ଚିନ୍ତା କରନ୍ତି ନାହିଁ ଯେମିତିକି ମଦ୍ୟପାନର ଫଳାଫଳ କଣ ହେବ ତାହା ଭାବନ୍ତି ନାହିଁ।
ପ୍ରତ୍ୟାଶା —ଲୋକମାନେ ଆଲକୋହଲ କୁ କିପରି ବିବେଚନା କରନ୍ତି ଏବଂ ତାର ପ୍ରଭାବ ଓ ପରିଣାମ ମଧ୍ୟ ଲୋକମାନଙ୍କର ମଦ୍ୟପାନର ଅଭ୍ୟାସ, ବ୍ୟବହାର କୁ ପ୍ରଭାବିତ କରିଥାଏ ଯେଉଁଥିରେ ସେମାନେ ପିଇବେ କି ନାହିଁ, ବା କେତେ ପରିମାଣରେ ପିଇବେ ତାହା ମଧ୍ୟ ନିର୍ଭର କରିଥାଏ। ଜଣେ କିଶୋର ଯିଏ ବିବେଚନା କରି ନିଏ ଯେ ମଦ୍ୟପାନ ଏକ ମଜାଦାର ଅନୁଭୂତି ହେବ, ସେ ଅନ୍ୟଜନେ କିଶେର ଯିଏ ଭାବିବ ଯେ ମଦ୍ୟପାନ ଏତେ ସନ୍ତୋଷଜନକ ନୁହେଁ, ତା ତୁଳନାରେ ଅଧିକ ମଦ୍ୟପାନ କରିଥାଏ। ଆଲକୋହଲ ପାନର ଏକ ଗୁରୁତ୍ବପୂର୍ଣ୍ଣ ଗବେଷଣାରୁ ଜଣାପଡିଛି ଯେ, ପିଇବାର ପ୍ରତ୍ୟାଶା କିପରି ଭାବରେ ଜଣଙ୍କର ଶୈଶବ ରୁ କିଶୋର ପୁଣି ଯୁବାବସ୍ଥାରେ ମଧ୍ୟ ଲୋକର ମଦ୍ୟପାନର ଶୈଳୀ, ଇଚ୍ଛାକୁ ପ୍ରଭାବିତ କରିଥାଏ। ଆଲକୋହଲ ପିଇବା ମଦ୍ୟପାନର କୁ ନେଇ ବିଭିନ୍ନ ବିଶ୍ବାସ, ଜୀବନର ବହୁ ପ୍ରାରମ୍ଭିକ ସ୍ଥିତିରୁ ପିଲାର ମନ ଭିତରେ ଘର କରିଦେଇଥାଏ ଏମିତି ପିଲା ତାର ପ୍ରାଥମିକ ବିଦ୍ୟାଳୟ ଶିକ୍ଷା ଆରମ୍ଭ କଲା ବେଳକୁ ମଧ୍ୟ।
ବ୍ୟକ୍ତିଗତ ଲକ୍ଷଣ ଏବଂ ମାନସିକ ଚିନ୍ତାଧାରା—ଯେଉଁ ପିଲାମାନେ ଖୁବ୍ ଅଲ୍ପବୟସରୁ ପିଇବା ଆରମ୍ଭ କରି ସାରିଥାଆନ୍ତି, ସେମାନେ ପ୍ରାୟ ସମୟରେ ସେମିତି କିଛି ଶାରିରୀକ ଓ ବ୍ୟକ୍ତିଗତ ଲକ୍ଷଣ ଦେଖାନ୍ତି ଯାହା ଦ୍ବାରା ସେମାନେ ପିଇବାର ସମ୍ବାବନା ବଢ଼ିଥାଏ। କିଶୋର ଯେଉଁମାନେ ହିଂସାତ୍ମକ, ଅତ୍ୟନ୍ତ କ୍ରିୟାଶୀଳ, ଏବଂ ଦୁର୍ଦଶ- ଯେଉଁମାନେ ପ୍ରାୟ ସମୟରେ ଅସାମାଜିକ ତଲ୍ବବୋଲି ବିବେଚିତ ହୁଅନ୍ତୁ- ଆହୁରି ମଧ୍ୟ ଯେଉଁମାନେ ଉଦାସୀନ, ହୃଦୟଭାଙ୍ଗି ପଡ଼ିଥିବା ଓ ଉତ୍କଣ୍ଠିତ ଲକ୍ଷଣର ହୋଇଥାଆନ୍ତି, ସେମାନେ, ସାଧାରଣତଃ ମଦ୍ୟପାନ କରିବାର ବିପଦ ଆଶଙ୍କା ଅଧିକ ବଢ଼ିଯାଇଥାଏ। ଆଲକୋହଲ ପାନ କରିବାର ବିପଦ ଆଶଙ୍କା ଅଧିକ ହେବାର ସମ୍ବାବନା ବଢାଉଥିବା ଲକ୍ଷଣ ମଧ୍ୟରେ ଅନ୍ତର୍ଭୁକ୍ତ ପ୍ରତିଶୋଧ ପରାୟଣ ଭାବ, କଷ୍ଟଯନ୍ତ୍ରଣା ଓ ସେହିପରି ସ୍ଥିତିକୁ ସହ୍ଯ ନ କରି ପାରୁଥିବା ଲକ୍ଷଣ, ଏବଂ ଆହୁରି ମଧ୍ୟ ବହୁପ୍ରକାରର ବ୍ୟବହାର ଯାହା କିଶୋର ମାନଙ୍କ ଠାରେ ବିକଶିତ ହୁଏ ଓ ସେମାନେ ନିୟମକାନୁନ୍ ବା ଅନ୍ୟଲୋକ କଣ ଭାବିବେ ଇତ୍ୟାଦି ବିଚାର କରିପାରନ୍ତିନାହିଁ।
(ଔଷଧ ଶାସ୍ତ୍ର ଅନୁଯାୟୀ କୋମୋରୋବିଉଟି ବା ମାନସିକ ଚିନ୍ତାଧାରା କୁ ବିଭିନ୍ନ ପ୍ରକାର ବ୍ୟତିକ୍ରମଥିବା (ବା ରୋଗଥିବା) କୁ ବ୍ୟାଖ୍ୟା କରା ଯାଏ ଯାହାକି ଏକ ବା ଏକାଧିକ ରୋଗ ବା ବ୍ୟତିକ୍ରମର ପରିଣାମ ସ୍ବରୂପ ଦେଖିବାକୁ ମିଳିଥାଏ। ଅଥବା ଏହି ଅତିରିକ୍ତ ରୋଗ ବା ବ୍ୟତିକ୍ରମର ପରିଣାମ ସ୍ବରୂପ ଏପରି କିଛି ଦେଖିବାକୁ ମିଳେ। ଏହି ଅତିରିକ୍ତ ରୋଗ ବା ବ୍ୟତିକ୍ରମ ବ୍ୟବହାରମୂଳକ ବା ମାନସିକ ବ୍ୟତିକ୍ରମ ମଧ୍ୟ ହୋଇପାରେ।)
ଆଲକୋହଲ ପ୍ରତି ସମ୍ବେଦନଶୀଳତା ଓ ସହଶୀଳତା—ଜଣେ ବୟସ୍କ ଲୋକଙ୍କର ମସ୍ତିଷ୍କ ବା ଚେତନାଶକ୍ତି ଓ ଜଣେ କିଶୋରର ଚେତନାଶକ୍ତି ର ପାର୍ଥକ୍ୟ ମଧ୍ୟ ଏକଥା ବର୍ଣନା କରିବାରେ ସାହାଯ୍ୟ କରେ ଯେ, କାହିଁକି ଅଧିକାଂଶ ଯୁବ ମଦ୍ୟପ, ମଦ୍ୟପାନର ନକାରାତ୍ମକ ପରିଣାମ ଯେମିତିକି ଘୁମାଇବା, ସଂଯୋଜନାର ଅଭାବ ଦେଖା ନେବା, ନିଜର ଅସ୍ତିତ୍ବ ହରାଇ ବସିବା ଇତ୍ୟାଦି ଗୁଡ଼ିକୁ ଅନୁଭବ କରିବାର ବହୁପୂର୍ବରୁ ଯଥେଷ୍ଟ ଅଧିକ ପିଇସାରିଥାଆନ୍ତି। ଏହି ଅସ୍ବାଭାବିକ ସହନଶୀଳତା ହିଁ ବହୁ ଯୁବ ମଦ୍ୟପ ଙ୍କର ଅଧିକ ପିଇକରି ନିଶାରେ ଟୁଲୁଟୁଲୁ ହେବାର କାରଣ ହୋଇଥାଏ। ସେହି ଏକା ସମୟରେ କିଶୋରମାନଙ୍କ ଠାରେ ମଦ୍ୟପାନ କରିବାର କେତେକ ସେମାନେ ଧରି ନିଅନ୍ତି ଯେ ସାମାଜିକ ଏକତ୍ରୀକରଣ ରେ ସ୍ଥାନ ମିଳିବ, ସେମାନେ ଅଧିକ ସହଜ ଓ ସରଲ ହୋଇପାରିବେ ଏବଂ ଏ ପ୍ରକାର ଚିନ୍ତାଧାରା ଲାଗି କିଶୋର ମାନେ ବୟସ୍କ ମାନଙ୍କ ତୁଳନାରେ ଅଧିକ ପିଇଥାଆନ୍ତି।
ବଂଶାନୁକ୍ରମିକ ପ୍ରସଙ୍ଗ—କେତେକ ବ୍ୟବହାର ଗତ ତଥା ଶୀରୀରିକ ପ୍ରସଙ୍ଗ ଯାହା ଜଣେ ବ୍ୟକ୍ତିର ଆଲକୋହଲ ପିଇବାର ସମ୍ବାବନାକୁ ବଢ଼ାଇବା ବା କମାଇବାରେ ସାହାଯ୍ୟ କରେ, ସେଥିରେ ଅନ୍ତର୍ଭୁକ୍ତ ରହିଛି ଆଲକୋହଲ ର ପ୍ରଭାବ ଗୁଡ଼ିକ ପ୍ରତି ସହନଶୀଳତା, ତାହା ପ୍ରତ୍ୟକ୍ଷ ଭାବରେ ବଂଶାନୁକ୍ରମିକ ପ୍ରସଙ୍ଗ କୁ ମଧ୍ୟ ସଂଯୁକ୍ତ କରିପାରେ। ଉଦାହରଣ ସ୍ବରୂପ, ଯଦି ଗୋଟିଏ ପରିବାରରେ ଜଣେ ବପା ଏକାଧିକ ମଦ୍ୟପ ଥିବା, ନିୟମିତ ମଦ୍ୟ ପାନ କରିଥିବେ ତେବେ ସେ ଘରର ପିଲାର ମଦ୍ୟପାନର ସମ୍ବାବନା ବଢ଼ିଥାଏ।ମଦ୍ୟପ ମାନଙ୍କର ସନ୍ତାନ (COHS) ମଦ୍ୟପାନ କରୁ ନଥିବା କୌଣସି ପରିବାରର ପିଲାଙ୍କ ତୁଳନାରେ 4 ରୁ 10 ଗୁଣ ପର୍ଯ୍ୟନ୍ତ ଅଧିକ ମଦ୍ୟପ ହେବାର ସମ୍ବାବନା ଭିତରେ ରହିଥାଏ। ମଦ୍ୟପ ମାନଙ୍କ ସନ୍ତାନ