
14
Aug 2015ଆଲକୋହଲ ପ୍ରତି ନିର୍ଭରଶୀଳତାର ଲକ୍ଷଣ ସବୁ କଣ?
Posted by Responsible Consumption / in ମଦ୍ୟପାନ ଅଭ୍ୟାସ ରେ ନିୟନ୍ତ୍ରଣ / No comments yet
ଆଲକୋହଲ ପ୍ରତି ନିର୍ଭରଶୀଳତା ଏବଂ ଆଲକୋହଲର ଅପବ୍ୟବହାର ପ୍ରାୟତଃ ଏକ ସମାନ ଏବଂ ସମ୍ଭବତଃ ଯତ୍ନର ବା ମାତ୍ରା ଉପରେ ନିର୍ଭର କରିଥାଏ।
ଆଲକୋହଲିଜମ ଅଥବା ଆଲକୋହଲର ଅପବ୍ୟବହାର ର କେତେକ ଲକ୍ଷଣରେ ଅନ୍ତର୍ଭୁକ୍ତ ରହିଛି-
- ଏକୁଟିଆ ପିଇବା
- ଲୁଚିଲୁଚି ପିଇବା
- କେତେ ମାତ୍ରାରେ ଆଲକୋହଲ ସେବନ ସରିଲାଣି ତାର ସୀମା ଆକଳନରେ ଅସମର୍ଥ ରହିବା
- ହିତାହିତ ଜ୍ଞାନ ହରାଇବସିବା – କେତେ ସମୟ ଧରି ପିଉଛନ୍ତି ଇତ୍ୟାଦି କିଛି ମନେ ରଖିବାରେ ଅକ୍ଷମ।
- ପାରମ୍ପରିକ ପ୍ରଥା ଇତ୍ୟାଦିର ପାଳନ କରିବାରେ ବିରକ୍ତିଭାବ-କ୍ରୋଧ ପ୍ରଦର୍ଶନ କରିବା ଯେତେବେଳ ଏ ସବୁ ବାଧା ସୃଷ୍ଟି କରିଥାଏ। ଏହା ସବୁ ଖାଦ୍ୟ ପୂର୍ବରୁ-କେତେ-ଓ ପରେ ମଦ୍ୟପାନ ଅଥବା କାମ ପରେ, ପରିଲକ୍ଷିତ ହୋଇଥାଏ।
- ବ୍ୟକ୍ତି ଉପଭୋଗ କରୁଥିବା କାର୍ଯ୍ୟକଳାପଗୁଡିକ ବନ୍ଦ କରିଦେବା-ସେଗୁଡିକ ଉପରୁ ଆଗ୍ରହ କମିଯିବା
- ପିଇବା ପାଇଁ ସର୍ବଦା ଳାଳାୟିତ ରହିବା
- ପିଇବାର ସମୟ ପାଖେଇ ଆସିଲେ ଚିଡଚିଡ ହେବା। ଏହି ଚିଡା ସ୍ବଭାବ ଆହୁରି ବଢିଯିବା ଯେତେବେଳେ ମଦ ନ ମିଳିବ ବା ଏମିତି ପରିସ୍ଥିତି ସୃଷ୍ଟିହେବ ଯାହା ପିଇବାର ବାଧା ସୃଷ୍ଟି କରିବ।
- ନିଜ ଆବଶ୍ୟକ ସ୍ଥାନରେ ଆଲକୋହଲ ନରହିବା
- ପିଇବା ବେଳେ ସାରା ବୋତଲ ପିଇସାରିବା ପରେ ଯାଇ ଶାନ୍ତି ଅନୁଭବ କରିବା
- ସମ୍ପର୍କ ସ୍ଥାପନରେ ସମସ୍ୟା (ମଦ୍ୟପାନପରେ ତା ଦ୍ବାରା ପ୍ରୋତ୍ସାହିତ ହୋଇ)
- ନିୟମ ଓ ଆଇନ୍ ଭଙ୍ଗ କରିବା (ପିଇବା ଦ୍ବାର ସୃଷ୍ଟି)
- କାର୍ଯ୍ୟସ୍ଥଳରେ ସମସ୍ୟା (ପିଇବା ଯୋଗୁ ସୃଷ୍ଟି ବା ତାହା ହିଁ କାରଣ)
- Having money problems (caused by drinking).
- ନିଶାର ତଥାକଥିତ ଆନନ୍ଦ ପାଇବା ପାଇଁ ବହୁମାତ୍ରାରେ ଆଲକୋହଲ ଦରକାର କରିବା।
- ଯେତେବେଳେ ନ ପିଇବେ ସେତେବେଳେ ଉତୁରେଇ ଲାଗିବ, ଝାଳ ବାହାରିବା, ଏବଂ ଏମିତିକି ଥରିବା ପରି ଲକ୍ଷଣ ମାନ ଦେଖାଯିବା
ଜଣେବ୍ୟକ୍ତି ଯିଏ ଆଲକୋହଲ ର ବହୁ ମାତ୍ରାରେ ଅପବ୍ୟବହାର କରୁଥାଏ ତା ପାଖରେ ମଧ୍ୟ ଉପରୋକ୍ତ ଲକ୍ଷଣ ଓ ସଙ୍କେତ ବହୁମାତ୍ରାରେ ଦେଖିବାକୁ ମିଳେ, ନାଁ ହିଁ ମଦ୍ୟପାନ କରିବା ବାଧ୍ୟ ଅନୁଭବ ଏମିତି ମାତ୍ରାରେ ନଥାଏ।
ଆଲକୋହଲ ଉପରେ ନିର୍ଭରଶୀଳତା ସମସ୍ୟା ବହୁତ ଅଧିକ ଏବଂ ଏହା ବ୍ୟକ୍ତିକୁ ଶାରୀରିକ, ମାନସିକ ଏବଂ ସାମାଜିକ ଭାବେ ମଧ୍ୟ ପ୍ରଭାବିତ କରିଥାଏ। ପିଇବା ସମସ୍ୟା ଥିବା ଜଣେ ବ୍ୟକ୍ତି ପାଇଁ ମଦ୍ୟପାନ ଏକ ବାଧ୍ୟତାମୂଳକ କାମରେ ପରିଣତ ହୋଇଯାଏ – ଏହା ପ୍ରତ୍ୟେକ କାର୍ଯ୍ୟକଳାପ ଉପରେ ପ୍ରଭାବ ବିସ୍ତାର କରେ ଓ ସବୁଠାରୁ ଅଗ୍ରାଧିକାର ହୋଇଯାଏ। ଏହା ଅନେକ ବର୍ଷ ଯାଏଁ ଚିହ୍ନଟ ବି ହୋଇ ପାରିନଥାଏ।