
କିପରି ସୁନିଶ୍ଚିତ କରାଇବେ ଯେ ଆପଣ ମଦ୍ୟପାନ କରି ଗାଡ଼ି ଚଲାଉ ନାହାନ୍ତି?
ଏକ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ଦୁର୍ଘଟଣା ଗ୍ରସ୍ତ ହେବା ପାଇଁ ଆପଣଙ୍କୁ ଗାଡ଼ି ଚଳାଇବା ବେଳେ ପିଇବାର ଆବଶ୍ୟକତା ନାହିଁ। ହୋଇପାରେ ଆପଣ ଭଦ୍ର ଓ ଶାଳୀନତା ର ସହ ଥିବେ କିନ୍ତୁ ଆପଣଙ୍କ ଆଡ କୁ ଆସୁଥିବା ଡ୍ରାଇଭର ନିଶାଗ୍ରସ୍ତ ହୋଇଥାଇ ପାରେ। ତେଣୁ ଆପଣ କିପରି ନିଜର ଓ ଅନ୍ୟମାନଙ୍କର ଜୀବନ ସୁରକ୍ଷିତ ରଖିପାରିବେ, ସେ ସମ୍ବନ୍ଧୀୟ କିଛି ସୂଚନା :
- ଖାଆନ୍ତୁ ଗାଡ଼ିଚଲାନ୍ତୁ, ହସନ୍ତୁ ଗାଡ଼ିଚଲାନ୍ତୁ କଥା ହୁଅନ୍ତୁ ଗାଡ଼ି ଚଲାନ୍ତୁ କିନ୍ତୁ ଦୟାକରି କେବେ ବି ମଦ୍ୟପାନ ସହ ଗାଡ଼ିଚଲାନ୍ତୁ ନାହିଁ। ଯାହା ବି କରନ୍ତୁ।
- ଜଣେ ମଦ୍ୟପାନ କରିଥିବା ବ୍ୟକ୍ତି ଙ୍କ ସହ ଯାତ୍ରା କରନ୍ତୁ ନାହିଁ।
- ଯଦି ଆପଣ ସାମାଜିକ ଏକତ୍ରୀକରଣରେ ମଦ୍ୟପାନ କରିଛନ୍ତି, ତେବେ ଗୋଟିଏ ଟ୍ୟାକ୍ସି ବା ଡ୍ରାଇଭରକୁ ଡାକି ଘରକୁ ଫେରନ୍ତୁ।
- ନିଜର ସାଙ୍ଗସାଥୀ ବା ସହକର୍ମୀ ଯିଏ ବି ମଦ୍ୟପାନ କରିଥିବେ, ତାଙ୍କୁ କେବେ ବି ଗାଡ଼ି ଚଲାଇବାକୁ ଦିଅନ୍ତୁ ନାହିଁ।
- ଯଦି ଆପଣ ମାନେ ଦଳଗତ ଭାବରେ କୁଆଡେ ବୁଲିଯାଉଛନ୍ତି, ତେବେ ଅତିକମ୍ ରେ ଜଣଙ୍କୁ ଆଲକୋହଲ ସେବନରୁ ମୁକ୍ତ ରଖନ୍ତୁ ଓ ତାଙ୍କୁ ହିଁ ଗାଡ଼ି ଚଲାଇବାକୁ କୁହନ୍ତୁ।
- ଗୋଟିଏ ପାର୍ଟୀକୁ ଯିବା ବେଳେ ପୂର୍ବରୁ ଏମିତି ଜଣକୁ କହି ରଖନ୍ତୁ ଯେ କି ମଦ୍ୟପାନ କରିନଥିବ, (ସଭ୍ୟ ଭାବରେ ରହି) ଆପଣଙ୍କୁ ପାର୍ଟି ଶେଷରେ ଘରକୁ ଆଣି ପାରିବ।
- ଦାୟିତ୍ବପୂର୍ଣ୍ଣ ଭାବରେ କାମ କରନ୍ତୁ, ଯେତେ ବେଳେ ଆପଣ ବନ୍ଧୁ ବା ଅତିଥିମାନଙ୍କୁ ନିମନ୍ତ୍ରଣ କରୁଛନ୍ତି ଓ ମଦ୍ୟ ପରକ୍ଷୁଛନ୍ତି, ସେତେବେଳେ ଏକଥା ସୁନିଶ୍ଚିତ କରାଇ ନିଅନ୍ତୁ ଯେ, ସମସ୍ତେ ଯେମିତି ଘରକୁ ନିରାପଦରେ ଫେରିବେ।
- ଯଦି ଗାଡ଼ିଚଲାଇବା ବ୍ୟତିତି ଆପଣଙ୍କ ପାଖରେ ଅନ୍ୟ କୌଣସି ବିକଲ୍ପ ନାହିଁ, ତେବେ ଜିରୋ ଆଲକୋହଲ ବିଅର, ସୋକଟେଲ୍ସ ଅଥବା ସାଧାରଣ ଶଫ୍ଟ ଡ୍ରିଙ୍କସ ଉପରେ ହିଁ ଧ୍ୟାନ ଦିଅନ୍ତୁ।
- ଜରୁରୀ ନୁହେଁ କି ପ୍ରତିଟି ନାଇଟ ଆଉଟ ରେ ବାର ବା ପବ୍ ରେ ହିଁ ବିତାଇବା ଜରୁରୀ, କେବେ କେବେ ରେଷ୍ଟୋରାଁ ରେ ଟେବୁଲଟିଏ ବୁକ୍ କରନ୍ତୁ, କୌଣସି ଢାବାକୁ ଯାଆନ୍ତୁ ଯାହାହାଇୱେ ରେ ଥିବ ଅଥବା ନିଜ ସହରର ନୂଆ ନୂଆ ଭୋଜନ ଯାଗା କୁ ଯାଆନ୍ତୁ!